Download Now Banner

This browser does not support the video element.

ପଦ୍ମପୁର: ପାଇକମାଲ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ନୃସିଂହ ଠାକୁର ଙ୍କ ଠାରେ ଲାଗି ହେଲା ନବାନ୍ନ,ଭକ୍ତଙ୍କ ପ୍ରବଳ ଭିଡ

Padmapur, Bargarh (Baragarh) | Aug 28, 2025
ଆଜି ହେଉଛି ପଶ୍ଚିମ ଓଡ଼ିଶାର ମହାନ କୃଷି ଭିତ୍ତିକ ଗଣପର୍ବ ନୂଆଖାଇ। ନୂଆଖାଇ ପାଇଁ ଗାଁ ଠୁ ସହର ଚଳଚଂଚଳ ହୋଇ ଉଠିପଡିଥିବା ବେଳେ ପଦ୍ମପୁର ଉପଖଣ୍ଡ ପଶ୍ଚିମ ଓଡିଶା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମହାପ୍ରଭୁ ନୃସିଂହ ଠାକୁର ଙ୍କ ଠାରେ ୧୧ଟା ୫୧ ମିନିଟ ସମୟରେ ଲାଗି ହେଲା ନବାନ୍ନ। ପ୍ରଭୁ ନୃସିଂହ ଠାକୁର ଙ୍କ ଠାରେ ନବାନ୍ନ ଲାଗି ହେଲା ପରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ନବାନ୍ନ ଭକ୍ଷଣ କରିଥିଲେ। ପାଖ ପଡୋଶୀ ରାଜ୍ୟ ଛତିଶଗଡ଼ ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲା ରୁ ଶ୍ରଦ୍ଧାଳୁ ଭକ୍ତମାନେ ଆସି ମହାପ୍ରଭୁଙ୍କ ଦର୍ଶନ କରିବା ସହ ନବାନ୍ନ ଭକ୍ଷଣ କରିଥିଲେ।
Read More News
T & CPrivacy PolicyContact Us