This browser does not support the video element.
ବରଗଡ: ଜବର ଦଖଲ ଉଚ୍ଛେଦ ଦାବି ନେଇ କଲେଜ ରୋଡ଼ ରାସ୍ତାରେ ପ୍ରତିବାଦ କଲେ ୱାର୍ଡ ନ 3 ର ବାସିନ୍ଦା
Bargarh, Bargarh (Baragarh) | Sep 10, 2025
ଜବର ଦଖଲ ଉଚ୍ଛେଦ ଦାବିରେ ରାସ୍ତାକୁ ଓହ୍ଲାଇଲେ ବରଗଡ଼ କଲେଜ ରୋଡ଼ ୱାର୍ଡ ନମ୍ବର 3 ର ବାସିନ୍ଦା | ବରଗଡ଼ କଲେଜ ରୋଡ଼ରୁ ଏସପି ଅଫିସ ପର୍ଯ୍ୟନ୍ତ ଜବର ଦଖଲ ଉଚ୍ଛେଦ କରାଯିବା ଦାବିରେ ବୁଧବାର ଅପରାହ୍ନ 4.30 ମିନିଟ ସମୟରେ ରାସ୍ତା ରୋକ କଲେ କଲେଜ ରୋଡ଼ ପଡାବାସୀ | ସୂଚନା ଅନୁସାରେ ବର୍ତମାନ ରୋଡ଼ରେ ବେଆଇନ ପାର୍କିଙ୍ଗ ଏବଂ ରାସ୍ତାରେ ଜବର ଦଖଲ ଯୋଗୁଁ ପଡାବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ଯାହାକୁ ନେଇ ଆଜି ପଡାବାସୀ ରାସ୍ତାକୁ ଓହ୍ଲାଇଛନ୍ତି | ରାସ୍ତାରେ ଥିବା ଜବର ଦଖଲ ଗୁଡିକୁ ହଟାଯାଉ ବୋଲି ଦାବି କରାଯାଇଛି ।