This browser does not support the video element.
ଜଗତସିଂହପୁର: ସଂସ୍କୃତି ଭବନରେ ସିଏମ କିଷାନ ଯୋଜନାରେ ତୃତୀୟ କିସ୍ତି ବଣ୍ଟନ ଉତ୍ସବରେ ଯୋଗଦେଇ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ସମ୍ପଦ ସ୍ବାଇଁ
Jagatsinghapur, Jagatsinghpur | Aug 27, 2025
ସିଏମ କିଷାନ ଯୋଜନାର ତୃତୀୟ କିସ୍ତି ବଣ୍ଟନ ଉତ୍ସବ ଅନୁଷ୍ଠିତ । ସଦରମହକୁମା ସଂସ୍କୃତି ଭବନରେ ଏହି କାର୍ଯ୍ୟକ୍ରମ ଆଜି ଦିନ ୧୧ ଟାରୁ ଦିନ ୨ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି । ମନ୍ତ୍ରୀ ସମ୍ପଦ ସ୍ବାଇଁ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗଦେଇଥିବା ବେଳେ ସାଂସଦ ବିଭୁପ୍ରସାଦ ତରାଇ, ବିଧାୟକ ଅମରେନ୍ଦ୍ର ଦାସ ,ଜିଲ୍ଲା ପରିଷଦ ସଭାପତି ମନୋଜ ଭୋଇ ,ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତିଶଙ୍କର ରାୟ ଓ ପୋୖରାଧ୍ୟକ୍ଷା ଅର୍ଚ୍ଚନା ସିଂହ ସମ୍ନାନିତ ଅତିଥିଭାବେ ଯୋଗଦେଇଥିଲେ । ଏହୂ ଅବସରରେ ମନ୍ତ୍ରୀ ସମ୍ପଦ ସ୍ବାଇଁ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ନିଜର ପ୍ରତିକ୍ରିୟା ରଖିଥିଲେ