This browser does not support the video element.
କଣ୍ଟାମାଳ: ଦନ୍ତାପାଲି ଗ୍ରାମରେ ବାପ-ପୁଅଙ୍କ ମଧ୍ୟରେ ଝଗଡା, ଆହତ ଅବସ୍ଥାରେ ଥାନାର ଦ୍ୱାରସ୍ଥ ହେଲେ ବାପା
Kantamal, Boudh (Bauda) | Apr 6, 2024
ଆଜି ଅପରାହ୍ନରେ ଦାନ୍ତପାଲି ଗ୍ରାମରେ ବାପ-ପୁଅଙ୍କ ମଧ୍ୟରେ ଝଗଡା ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୁଅର ଆକ୍ରମଣରେ ବାପା ମୁରଲୀ ହାତୀ ଆହତ ହୋଇ ବାଉଁସୁଣୀ ଥାନାରେ ଅଭିଯୋଗ କରିବାକୁ ପହଞ୍ଚିଥିଲା ବେଳେ ଥାନାରେ କୌଣସି କର୍ମଚାରୀ ନଥିବାରୁ ଅପରାହ୍ନ ୨ଟାରୁ ୩ଟା ପର୍ଯ୍ୟନ୍ତ ରକ୍ତାକ୍ତ ଅବସ୍ଥାରେ ମୁରଲୀ ହାତୀ ଥାନାରେ ବସି ରହିଥିଲେ। ପରେ ପୋଲିସ ତାଙ୍କୁ ମେଡିକାଲକୁ ନେଇଥିବା ସୂଚନା ମିଳିଛି।