This browser does not support the video element.
ସତ୍ୟବାଦୀ: ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଭାସୁଛି ନଳା ପାଣି, ବରିଷ୍ଠ ସେବାୟତଙ୍କ ଅଭିଯୋଗ
Satyabadi, Puri | Sep 30, 2024
ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ନଳା ପାଣି ଭାସିବା ସହ ପୁତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି। ମନ୍ଦିର ପ୍ରଶାସନ ବେଆଇନ ଭାବେ ପ୍ରତ୍ୟେକ ଦିନ ପାର୍କିଂ ବାବଦକୁ ହଜାର ହଜାର ଟଙ୍କା ଭକ୍ତଙ୍କ ଠାରୁ ଆଦାୟ କରୁଥିଲେ ମଧ୍ୟ ମନ୍ଦିର ଓ ପାରିପାର୍ଶ୍ବିକ ପରିବେଶର କୈାଣସି ଉନ୍ନତି କରୁ ନଥିବା ଆଜି ଅପରାହ୍ନ ୫ଟାରେ ଅଭିଯୋଗ ଆଣିଛନ୍ତି ବରିଷ୍ଠ ସେବାୟତ ଶ୍ୟାମସୁନ୍ଦର ମହାପାତ୍ର। ସେ ଆହୁରି ମଧ୍ୟ କହିଛନ୍ତି ଏଠାରେ ଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ ଅନେକ ଦୁର୍ନୀତିରେ ଲିପ୍ତ ରହିବା ସହ ପରମ୍ପରା ବିରୋଧୀ କାର୍ଯ୍ୟ କରୁଥିବା ଅଭିଯୋଗ।