Download Now Banner

This browser does not support the video element.

କଟକ ପୌରାଞ୍ଚଳ: ଫୁଲନଖରା- ନିଆଳି ୬୦ ନମ୍ବର ରାଜ୍ୟ ରାଜପଥ କୁରାଙ୍ଗ ଶାସନ ଆମ୍ରପଲ୍ଲୀ ଛକରେ ଗୁରୁବାର ଏକ ଷଣ୍ଢ ସହ ଧକ୍କା ହୋଇ ଦୁଇଜଣ ଆହତ ହୋଇଛନ୍ତି।

Cuttack M Corp PS, Cuttack | Sep 11, 2025
ଫୁଲନଖରା- ନିଆଳି ୬୦ ନମ୍ବର ରାଜ୍ୟ ରାଜପଥ କୁରାଙ୍ଗ ଶାସନ ଆମ୍ରପଲ୍ଲୀ ଛକରେ ଗୁରୁବାର ସନ୍ଧ୍ୟା ୬ଟାରେ ଏକ ଷଣ୍ଢ ସହ ଧକ୍କା ହୋଇ ଦୁଇଜଣ ଆହତ ହୋଇଛନ୍ତି। ସେମାନେ ହେଲେ ଓଲଟପୁର ଥାନା ଅନ୍ତର୍ଗତ ସୁନ୍ଦରଗ୍ରାମ ପିଙ୍ଗାପଡ଼ା ଅଞ୍ଚଳର ଅଲେଖ ଭୋଇ ଓ ଟୁନିଆ ଭୋଇ। ଉଭୟ ଏକ ବାଇକରେ ଘରକୁ ଫେରୁଥିଲାବେଳେ ରାସ୍ତାରେ ଶୋଇଥିବା ଏକ ଷଣ୍ଢ ସହ ଧକ୍କା ହୋଇଥିଲେ। ସଦର ଥାନା ପୁଲିସ ଆହତଙ୍କୁ କଟକ ବଡ଼ ଡାକ୍ତରଖାନା ପଠାଇ ଦୁର୍ଘଟଣାଗ୍ରସ୍ତ ବାଇକକୁ ଜବତ କରିଛି।
Read More News
T & CPrivacy PolicyContact Us