This browser does not support the video element.
ସତ୍ୟବାଦୀ: ସୁଭଦ୍ରା ଟଙ୍କା ପାଇଁ ସାକ୍ଷୀଗୋପାଳର ବିଭିନ୍ନ ବ୍ୟାଙ୍କରେ ହିତାଧିକାରୀଙ୍କ ପ୍ରବଳ ଭିଡ଼
Satyabadi, Puri | Sep 20, 2024
ପ୍ରଧାନମନ୍ତ୍ରୀ ଗତ ୧୭ ତାରିଖରେ ଓଡ଼ିଶା ଗସ୍ତକରି ନିଜର ଜନ୍ମଦିନ ଅବସରରେ ସୁଭଦ୍ରା ଯୋଜନାରେ ରାଜ୍ୟର ମାଆ ଓ ଭଉଣୀ ମାନଙ୍କ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏଁ ଛାଡ଼ିଥିଲେ। ଆକାଉଣ୍ଟକୁ ଟଙ୍କା ଆସିଛି କି ନାହିଁ ଜାଣିବାକୁ ରାଜ୍ୟର ଅନେକ ବ୍ୟାଙ୍କରେ ହିତାଧିକାରୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଆଜି ସତ୍ୟବାଦୀର ବିଭିନ୍ନ ବ୍ୟାଙ୍କରେ ଅପରାହ୍ନ ୫ଟା ପର୍ଯ୍ୟନ୍ତ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଭିଡ଼ ପାଇଁ ସକାଳୁ ଆସି ଦୀର୍ଘ ସମୟ ଧରି ବ୍ୟାଙ୍କରେ ହିତାଧିକାରୀଙ୍କୁ ଲମ୍ବା ଲାଇନରେ ଠିଆ ହେବାକୁ ପଡ଼ୁଛି।