This browser does not support the video element.
ରେଢାଖୋଲ: ଗୁଡାପାଲ ଓ ଧଳପାଲ ଅଞ୍ଚଳରେ ଛତିଶଗଡ଼ି ହାତୀଙ୍କ ଉପଦ୍ରବ
Rairakhol, Sambalpur | Oct 5, 2025
ଗୁଡାପାଲ ଓ ଧଳପାଲ ଅଞ୍ଚଳରେ ଛତିଶଗଡ଼ି ହାତୀଙ୍କ ଉପଦ୍ରବ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ଟାମ୍ପରଗଡ ପଞ୍ଚାୟତ ଅନ୍ତର୍ଗତ ଗୁଡାପାଲ ଓ ଧଳପାଲ ଅଞ୍ଚଳରେ ରବିବାର ରାତିରେ ହାତୀ ଉପଦ୍ରବ ରେ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି । ପଡୋଶୀ ଜିଲ୍ଲା ଛତିଶଗଡ଼ ରୁ ଆସିଥିବା ୨୭ ଟିକିଆ ହାତୀ ପଲ ଆସି ଗ୍ରାମର ୨ ଏକର ରୁ ଅଧିକ ଧାନ ଫସଲ ଖାଇବା ସହ ମାଡିଦଳି ନଷ୍ଟ କରିଦେଇଛନ୍ତି । ଗ୍ରାମ ବାସି ପହଞ୍ଚି ହାତୀ ମାନଙ୍କୁ ଯେତେ ଘଉଡାଇଲେ ମଧ୍ୟ ହାତୀ ପଲ ମାନୁ ନଥିଲେ । ଏବଂ ଧାନ ଫସଲ ଖାଇବାରେ ଲାଗିଥିଲେ । ଖବର ପାଇ ବନବିଭାଗ ମଧ୍ୟ ପହଂଚି ହାତୀ ପଲଙ୍କୁ ଘଉଡାଇବାରେ ନାକେଦମ ହୋଇଥିଲା ।