This browser does not support the video element.
ଧର୍ମଗଡ: ଛୀଲିପା ନିକଟରେ ସଡ଼କ ଦୁର୍ଘଟଣା ବାଇକ ଆରୋହୀ ଗୁରୁତର
Dharamgarh, Kalahandi | Aug 28, 2025
ଧର୍ମଗଡ ଥାନା ଛୀଲିପା ନିକଟରେ ଗୁରୁବାର ରାତ୍ର ୮ ଟା ରେ ଘଟିଛି ଏକ ସଡ଼କ ଦୁର୍ଘଟଣା। ଦୁର୍ଘଟଣା ରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତର ବାଇକ ଆରୋହୀ ହେଉଛନ୍ତି କୋକସରା ଥାନା ଡ଼ଙ୍ଗରିଗୁଡା ଗାଁ ର ସୁରେନ୍ଦ୍ର ଭୋଇ ବୋଲି ସୂଚନା ମିଳିଛି। ସେ ବାଇକ ଯୋଗେ ଯାଉଥିବା ବେଳେ ଛୀଲିପା ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସାହାଯ୍ୟ ରେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇ ଭର୍ତ୍ତି କରିଥିଲେ।