This browser does not support the video element.
ଝାରସୁଗୁଡା: ବେହେରାମାଲ ନିକଟରୁ ମୋବାଇଲ ଫୋନ ଚୋରି ଦୃଶ୍ୟ ସିସିଟିଭି ରେ କଏଦ, ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ
Jharsuguda, Jharsuguda | Aug 25, 2025
ବେହେରାମାଲ ନିକଟରୁ ମୋବାଇଲ ଫୋନ ଚୋରି ଦୃଶ୍ୟ ସିସିଟିଭି ରେ କଏଦ ହୋଇଥିବା ବେଲେ ଆଜି ଦିନ ବାରଟା ରୁ ବିଭିନ୍ନ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ଜଣେ ବ୍ୟକ୍ତି ବେହେରାମାଲ ନିକଟ ଏକ ଠେଲା ପାଖରେ ସ୍କୁଟିରେ ଛିଡା ହୋଇଥିବା ବେଲେ ଅନ୍ୟ ସଦସ୍ୟ ଠେଲା ସମ୍ମୁଖରେ ଛିଡା ହୋଇଥିଲେ। ଏହି ସମୟରେ ଦୁବୃତ୍ତ ଜଣକ ଅତି ଚତୁରତାର ସହିତ ମୋବାଇଲ ଫୋନ ନେଇ ଫେରାର ହୋଇଯାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ଏହା ଆଜି ଭାଇରାଲ ହେଉଛି। ଏହି ମୋବାଇଲ ଚୋରିକୁ ନେଇ ଝାରସୁଗୁଡା ଟାଉନ ଥାନାରେ ମରିୟମ ବେଗମ ଲିଖିତ ଅଭିଯୋଗ କରିଥିବା ନେଇ ଜଣାପଡିଛି।