This browser does not support the video element.
ବସ୍ତା: ମଥାନୀ ଠାରେ ସତର୍କ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର, ପୁଣି ବନ୍ୟା ଆଶଙ୍କା
Basta, Balasore | Sep 3, 2025
ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୁଧବାର ସତର୍କ ସଙ୍କେତ ଉପରେ ପ୍ରବାହିତ ହେଉଛି । ମଥାନୀ ଠାରେ ନଦୀର ସତର୍କ ସଙ୍କେତ ୬ ମିଟର ଓ ବିପଦ ସଙ୍କେତ ୬.୫ ମିଟର ରହିଛି । ବୁଧବାର ପୂର୍ବାହ୍ନ 11ଟା ସୁଦ୍ଧା ସତର୍କ ସଙ୍କେତ ଟପି ୬.୦୫ ମିଟରରେ ପ୍ରବାହିତ ହେଉଛି। ଯାହାକୁ ନେଇ ଜଳକାରେ ପୁଣି ବନ୍ୟା ଆଶଙ୍କା ଦେଖାଦେଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବସ୍ତା ଓ ସଦର ବ୍ଲକର ଶତାଧିକ ହେକ୍ଟର ଚାଷଜମି ଜଳାର୍ଣ୍ଣବ ହୋଇଛି। ବନ୍ୟା ଆଶଙ୍କା ଚାଷୀଙ୍କୁ ଦୁର୍ଦ୍ଦଶା ଆଣିଦେଇଛି । ଭୟଭୀତ ଅବସ୍ଥାରେ