This browser does not support the video element.
ବରଗଡ: ଆନନ୍ଦ ମଣ୍ଡପ ଠାରେ ସ୍ୱଛତା କର୍ମୀ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିରର ଉଦଘାଟନ କଲେ ବରଗଡ଼ ବିଧାୟକ ଅଶ୍ଵିନୀ ଷଡ଼ଙ୍ଗୀ
Bargarh, Bargarh (Baragarh) | Sep 7, 2025
ବରଗଡ଼ର ଆନନ୍ଦ ମଣ୍ଡପରେ ରବିବାର ମଧ୍ୟାହ୍ନ 12 ଘଣ୍ଟା ସମୟରେ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ , ବରଗଡ଼ର ସ୍ୱଚ୍ଛତା କର୍ମୀମାନଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିରର ଉଦ୍ଘାଟନ କଲେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ । ସ୍ୱଚ୍ଛତା କର୍ମୀମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଏହି ପ୍ରୟାସ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ବିଧାୟକ ଜଣାଇଛନ୍ତି । ଏହି ଅବସରରେ ବିଧାୟକ ଅନେକ ସମସ୍ୟା ବିଷୟରେ ବୁଝିବା ସହ ଆଗାମୀ ଦିନରେ ଏହି ସମସ୍ୟା ମାନଙ୍କ ସମାଧାନ କିପରି ହେବ ସେନେଇ ଆଲୋଚନା କରିଛନ୍ତି |