This browser does not support the video element.
ଛତ୍ରପୁର: ଗାନ୍ଧିନଗର ଚତୁର୍ଥ ଲାଇନ ସ୍ଥିତ ଉପ ଡାକଘର ସମ୍ମୁଖରୁ ଡିକି ଭାଙ୍ଗି ଲୁଟ୍, ଟାଉନ୍ ଥାନାରେ ଅଭିଯୋଗ
Chhatrapur, Ganjam | Aug 22, 2025
ଦିନ ଦୁଇ ପ୍ରହରରେ ଗାଡି ଡିକି ଭାଙ୍ଗି ଲୁଟି ନେଲେ ଦୁର୍ବୃତ୍ତ । ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ୪ର୍ଥ ଲାଈନରେ ଥିବା ଉପ ଡାକଘର ସାମ୍ନାରୁ ଡିକି ଭାଙ୍ଗି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ ।ଶୁକ୍ରବାର ମଧ୍ୟାହ୍ନରେ ଏଭଳି ଲୁଟ୍ ଘଟିଛି ।ପ୍ରାୟ ପାଖାପାଖି ୩ ଲକ୍ଷ ୫୦ ହାଜର ଟଙ୍କା ଚୋରି କରି ଦୁର୍ବୃତ୍ତ ଘଟଣା ସ୍ଥଳରୁ ଫେରାର।ଲୁଟ ର ଶିକାର ହୋଇଥିବା ବ୍ୟକ୍ତି ଜଣକ ଧର୍ମନଗର ଅଞ୍ଚଳର ରାଧା କୃଷ୍ଣ ସାହୁ ହୋଇଥିବା ସୂଚନା ମିଳିଛି। ଟାଉନ୍ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।