Download Now Banner

This browser does not support the video element.

ଖଲ୍ଲିକୋଟ୍: ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟଣା; ଜିଲ୍ଲା ରେଡ କ୍ରସ ପାଣ୍ଠି ରୁ ଅଗ୍ନିବିପନ୍ନଙ୍କୁ ସହାୟତା ରାଶି ପ୍ରଦାନ

Khalikote, Ganjam | Aug 31, 2025
ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମ ରେ ଗତ ମାସରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମ ର ଏମ. ତାରେଶ୍ୱର ପାତ୍ର, ବି. ଡାକ ପାତ୍ର ଓ କେ. ପୂର୍ଣ୍ଣ ପାତ୍ର ପ୍ରମୁଖ ୩ ଗୋଟି ପରିବାର ର ୬ ବଖରା ଘର ଜଳି ପୋଡି ଛାରଖାର ହୋଇ ଯାଇଥିଲା। ତେବେ ଆଜି ଅପରାହ୍ନ ୪ ଟା ସମୟରେ ଜିଲ୍ଲା ରେଡ କ୍ରସ ପାଣ୍ଠି ରୁ ଅଗ୍ନିବିପନ୍ନ ପରିବାର କୁ ୧୦ ହଜାର ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି । ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଓ ତାହସିଦାର ଡି ମାଲେଶ୍ଵର ପାତ୍ର ଏହି ସହାୟତା ରାଶି ପ୍ରଦାନ କରିଛନ୍ତି ।
Read More News
T & CPrivacy PolicyContact Us