This browser does not support the video element.
ମାଲକାନଗିରି: ସିନ୍ଧିଗୁଡ଼ା ବ୍ରିଜ ନିକଟରେ ବାଇକ ଦୁର୍ଘଟଣା, ଦୁଇ ଜଣ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ
Malkangiri, Malkangiri | Aug 30, 2025
ଆଜି ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡ଼ା ବ୍ରିଜ ନିକଟରେ ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ହୋଇଥିବା ଦେଖିବାକୁ ମିଳିଛି। ସେ ଦୁଇଜଣ ମାଟକାଗୁଡ଼ା ଗ୍ରାମର ଚନ୍ଦ୍ର ନାୟକ ଓ ରମେଶ ପୂଜାରୀ ବୋଲି ଜଣାପଡ଼ିଛି। ବାଇକରେ ଦୁଇଜଣ ଥିବା ବେଳେ ତାଙ୍କୁ ସେଠିକାର ଲୋକେ ଉଦ୍ଧାର କରି କୁଡୁମୁଲୁଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠି ପ୍ରାଥମିକ ଚିକିତ୍ସା କରିବା ପରେ ଗୁରୁତର ଥିବାରୁ ଦୁଇଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି।