This browser does not support the video element.
ହିନ୍ଦୋଳ: BRG ଛକ ନିକଟରେ ଟ୍ରକ ଧକ୍କାରେ ସ୍ତ୍ରୀମୃତ ସ୍ଵାମୀ ଗୁରୁତର
Hindol, Dhenkanal | Aug 1, 2025
ଢେଙ୍କାନାଳ ମୋଟଙ୍ଗା ଥାନା BRG ଛକ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ଟ୍ରକ ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ହୋଇଥିବାବେଳେ ସ୍ୱାମୀ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ସୂଚନା ମୁତାବକ ସରାଙ୍ଗ ଗ୍ରାମର ଦମ୍ପତି ଏକଘରିଆ ଝିଅ ଘରକୁ ଆସି ଘରକୁ ଫେରୁଥିବା ବେଳେ ଏକ ଟ୍ରକ ପଛପାଖରୁ ବାଇକକୁ ପିଟିବାରୁ ବାଇକରେ ଥିବା ଆଳତୀ ସାହୁ ଚକାତଳେ ପଡି ମୃତ୍ୟୁ ହୋଇଲେ । ସ୍ୱାମୀ ଗୋକୁଳ ସାହୁ ଛିଟିକି ପଡି ଗୁରୁତର ହୋଇଥିଲେ । ବାଇକଟି ଭାଙ୍ଗିଯାଇଥିବା ବେଳେ ମୋଟଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗାଡିକୁ ଜବତ କରି ତଦନ୍ତ କଳାଇଛି ।