This browser does not support the video element.
ଗୋବିନ୍ଦପୁର: ଉଚ୍ଚକାପାଟ ପ୍ରାଥମିକ ବିଦ୍ୟାଳୟରେ ପୂର୍ବ ଛାତ୍ରୀ କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ
Govindpur, Sambalpur | Aug 21, 2025
ବାମରା ବ୍ଲକ ଅନ୍ତର୍ଗତ ଉଚ୍ଚକାପାଟ ଗ୍ରାମ ର ଲିଜା ମାଝୀ ଡାକ୍ତରୀ ପ୍ରବେଶିକା ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ବେଳେ ତାଙ୍କୁ ଗୁରୁବାର ଉଚ୍ଚକାପାଟ ପ୍ରାଥମିକ ବିଦ୍ୟାଳୟ ରେ ସମ୍ବର୍ଦ୍ଧିତ କରାଯାଇଛି। କ୍ଷୁଦ୍ର ଚାଷୀ ଲଳିତ ମୋହନ ମାଝୀ ଓ ପଦ୍ମିନୀ ମାଝୀ ଙ୍କ ଝିଅ ଲିଜା, ନିଜ ଗ୍ରାମ ଉଚ୍ଚକାଟ ପ୍ରାଥମିକ ବିଦ୍ୟାଳୟ ରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ପରେ ବାମରା ଆଦର୍ଶ ବିଦ୍ୟାଳୟ ରେ ମ୍ୟାଟ୍ରିକ ପର୍ଯ୍ୟନ୍ତ ପାଠ ପଢିଥିଲେ। ପରେ ଭୁବନେଶ୍ୱର ରେ ଯୁକ୍ତ ୨ ବିଜ୍ଞାନ ରେ ପାଠ ପଢ଼ି ଥିବା ବେଳେ ସେ ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ ୨୦୨୫ ରେ କୃତକାର୍ଯ୍ୟ ହୋଇଛନ୍ତି।