Download Now Banner

This browser does not support the video element.

ଗୋବିନ୍ଦପୁର: ଟାଙ୍ଗରମୁଣ୍ଡା ଗ୍ରାମ ରେ ପୁଅ ମାଡ଼ରେ ବାପ ଆହତ, ମେଡ଼ିକାଲ ରେ ଭର୍ତ୍ତି

Govindpur, Sambalpur | Aug 25, 2025
ବାମରା ବ୍ଲକ ଅନ୍ତର୍ଗତ ଟାଙ୍ଗରମୁଣ୍ଡା ଠାରେ ପୁଅ ମାଡ଼ରେ ବାପ ଆହତ ହୋଇ ଥିବା ବେଳେ ଆହତ ଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଟାଙ୍ଗରମୁଣ୍ଡା ଗ୍ରାମର ଗୋବିନ୍ଦ ବଲୁଆ ଓ ତାଙ୍କ ପୁଅ ସଞ୍ଜିତ୍ ବଲୁଆଙ୍କ ମଧ୍ୟରେ ସୋମବାର ସନ୍ଧ୍ୟା ରେ କୌଣସି କଥା କୁ ନେଇ ବଚସା ହୋଇଥିଲା। ଏଥିରୁ ଉକ୍ଷୀପ୍ତ ହୋଇ ସଞ୍ଜିତ ନିଜ ବାପକୁ ମାଡ ମାରିଥିଲେ। ଫଳରେ ତାଙ୍କ ମୁଁହରେ ଗଭୀର ଆଘାତ ଲାଗି ସେ ଆହତ ହୋଇଥିବା ବେଳେ ତାଙ୍କୁ ସନ୍ଧ୍ୟା ୭ ଟା ସମୟରେ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି।
Read More News
T & CPrivacy PolicyContact Us