This browser does not support the video element.
କବିସୂର୍ଯ୍ୟନଗର: କେ. ବରିଡା ନିକଟ ପୂର୍ତ୍ତ ରାସ୍ତା ନିକଟରୁ ଚୋରା ମଦ ଜବତ ସହ ଜଣକୁ ଗିରଫ କଲା ବେଗୁନିଆପଡା ପୋଲିସ
Kabisuryanagar, Ganjam | Sep 21, 2025
ବେଗୁନିଆପଡା ଥାନା ଅନ୍ତର୍ଗତ କେ. ବରିଡା ଗୌଡ଼ ଗୌଡୁଣି ମନ୍ଦିର ପୂର୍ତ୍ତ ରାସ୍ତା ନିକଟରେ ଚୋରା ମଦ ଧରି ଯାଉଥିବା ସମୟରେ ପୋଲିସ ଖବର ପାଇ ଚଢ଼ାଉ କରିଥିଲା । କୋଦଳା ଥାନା ଉସ୍ତାଳୀ ଗ୍ରାମର ସନ୍ତୋଷ ଜେନା ଙ୍କ ପୁଅ ସଞ୍ଜୟ ଜେନା ଓ ବୈରାଗୀ ସ୍ୱାଇଁ ଙ୍କ ପୁଅ ସନ୍ତୋଷ ସ୍ୱାଇଁ ଚୋରା ମଦ ଧରି ଯାଉ ଥିବାଥିବା ସମୟରେ ପୋଲିସ ଚଢ଼ାଉ କରିଥିଲା। ତାଙ୍କ ନିକଟରୁ 60 ଲିଟର ଚୋରା ମଦ ଜବତ ସହ ମଦ ଧରି ଯାଉଥିବା ବାଇକ ନମ୍ବର OD 07 5716 ମଧ୍ୟ ଜବତ କରିଛି ପୋଲିସ । ସଞ୍ଜୟ ଓ ସନ୍ତୋଷକୁ ଗିରଫ କରିଵା ସହ ମାମଲା ରୁଜୁ କରିଥିବା ରବିବାର ସନ୍ଧ୍ୟା 7 ଘଣ୍ଟ ସମୟରେ ପୋଲିସ ସୂଚନା ଦେଇଛି।