This browser does not support the video element.
ଡାବୁଗାଁ: ମାଝୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ବିଦ୍ୟାଳୟରେ ତାଲା ପକାଇବା ସହ ରାସ୍ତା ଅବରୋଧ କଲେ ଛାତ୍ର ଛାତ୍ରୀ
Dabugan, Nabarangpur | Sep 23, 2025
ପାପଡାହାଣ୍ଡି ବ୍ଲକ ମାଝୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସମସ୍ୟାକୁ ନେଇ ଉତ୍ତେଜିତ ଛାତ୍ରଛାତ୍ରୀମାନେ ଗ୍ରାମର ମୁଖ୍ୟ ରାସ୍ତାକୁ ଅବରୋଧ କରି ସ୍କୁଲର ଫାଟକରେ ତାଲା ଦେଇ ପ୍ରତିବାଦ ଜଣାଇଛନ୍ତି । ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ ଅଭାବରୁ ପାଠ ପଢା ବାଧାପ୍ରାପ୍ତ ହୋଉଥିବା ବେଳେ ଜଣେ ଶିକ୍ଷୟତ୍ରୀଙ୍କ ବଦଳି ଯୋଗୁଁ ପାଠ ପଢା ପୁଣି ସମସ୍ୟା ଦେଖାଦେଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା ବେଳେ ୨୪୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଶିକ୍ଷକ ଦିଆଯିବା ସହ ବିଜ୍ଞାନ ଓ ଗଣିତ ଶିକ୍ଷକ ଯୋଗାଇବାକୁ ଛାତ୍ରଛାତ୍ରୀ ଦାବି କରିଥିଲେ ।