This browser does not support the video element.
ସୋର: ମଡ଼ର୍ଣ୍ଣ ହୋଟେଲ ସମ୍ମୁଖରୁ ବୁଲେଟ ସହ ବ୍ରାଉନ ସୁଗାର ଜବତ କଲା ସୋର ଅବକାରୀ ବିଭାଗ, ଅଭିଯୁକ୍ତ ଗିରଫ
Soro, Balasore | Sep 25, 2025
ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଦହିସଡା ଛକ ନିକଟ ମଡ଼ର୍ଣ୍ଣ ହୋଟେଲ ସମ୍ମୁଖରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ଏକ ବୁଲେଟ ସହ ବ୍ରାଉନ ସୁଗାର ଜବତ କରିବା ସହିତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସୁରଜ କୁମାର ଟୀଗାଙ୍କ ନେତୃତ୍ୱରେ ଏକ ଟିମ ବ୍ରାଉନ ସୁଗାର କାରବାର ହେଉଥିବାର କୌଣସି ସୁତ୍ରରୁ ଖବର ପାଇ ଆଜି ମଧ୍ୟାହ୍ନରେ ମଡ଼ର୍ଣ୍ଣ ହୋଟେଲ ନିକଟରେ ଜଗି ରହିଥିଲେ। ଏହି ସମୟରେ ଖନ୍ତାପଡ଼ା ଥାନା ଗଡଭଙ୍ଗା ଗ୍ରାମର ଦିବ୍ୟଲୋକ ରାଉତ ଏକ ବୁଲେଟ ଯୋଗେ ସେଠାରେ ପହଞ୍ଚିବା ପରେ ଅବକାରୀ ଟିମ ତାଙ୍କୁ ଅଟକାଇ ଯାଞ୍ଚ କରିଥିଲେ।