This browser does not support the video element.
ଝାରସୁଗୁଡା: ରାଜପୁର ବସୁନ୍ଧରା ନଦୀରେ ପ୍ରବଳ ବନ୍ୟା ଜଳ ପ୍ରବାହିତ, ବ୍ରିଜ ଅସମ୍ଭାଳ ହେବା ସହ ଭାଙ୍ଗିଯିବା ପରିସ୍ଥିତି ସୃଷ୍ଟି
Jharsuguda, Jharsuguda | Aug 22, 2025
ଲଗାଣ ବର୍ଷା ଫଳରେ ଝାରସୁଗୁଡା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ରାଜପୁର ବସୁନ୍ଧରା ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଛି, ଫଳରେ ରାଜପୁର ବସୁନ୍ଧରା ନଦୀ ବ୍ରିଜ ଅସମ୍ଭାଳ ହେବା ସହିତ ଭାଙ୍ଗିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ରାତିରୁ ଝାରସୁଗୁଡା ଜିଲ୍ଲା ତଥା ନଦୀର ଉପରମୁଣ୍ଡ ସୁନ୍ଦରଗଡ ଅଞ୍ଚଳରେ ପ୍ରବଳ ଲଗାଣ ବର୍ଷା ଫଳରେ ବସୁନ୍ଧରା ନଦୀରେ ପ୍ରଖର ବେଗରେ ବନ୍ୟାଜଳ ପ୍ରବାହିତ ହେଉଛି। ତେବେ ରାଜପୁର ବସୁନ୍ଧରା ନଦୀ ବ୍ରିଜ ଠାରେ ଆଜି ସନ୍ଧ୍ୟା ପାଞ୍ଚଟା ସମୟରେ ନଦୀଜଳ ର ବ୍ରିଜ ଉପରେ ବାଡେଇ ହେଉଥିବା ବେଳେ ବ୍ରିଜ ଟି ଭାଙ୍ଗିଯିବାର ଆଶଙ୍କା ଦେଖାଦେଇଛି।