This browser does not support the video element.
ସୋର: ମୋବାରକପୁର ଗ୍ରାମରେ ପାରିବାରିକ କଳହରେ ମହିଳା ଗୁରୁତ୍ତର, ଅଭିଯୁକ୍ତ ଗିରଫ
Soro, Balasore | Sep 28, 2025
ସୋର ପୌର ପାଳିକା ଅନ୍ତର୍ଗତ ମୋବାରକପୁର ଗ୍ରାମରେ ପାରିବାରିକ ଗଣ୍ଡଗୋଳରୁ ଜଣେ ମହିଳା ଗୁରୁତ୍ତର ଆହତ ହୋଇଥିବା ବେଳେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ସୋର ପୁଲିସ। ଗତ ୨୪ ତାରିଖରେ ଏହି ଗ୍ରାମର ରତ୍ନାକର ବିନ୍ଧାଣିଙ୍କ ସହିତ ତାଙ୍କ ଭାଇଙ୍କର ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ହୋଇଥିଲା।ରତ୍ନାକର ଏକ ଧାରୁଆ ଅସ୍ତ୍ରରେ ତାଙ୍କ ଭାଇଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବା ବେଳେ ତାଙ୍କ ଭାଉଜ ଅଟକାଉଥିଲେ। ଏହି ସମୟରେ ଅସ୍ତ୍ରଟି ତାଙ୍କ ଭାଉଜଙ୍କ ମୁଣ୍ଡରେ ବାଜିବାରୁ ସେ ଆହତ ହୋଇଥିଲେ। ରତ୍ନାକରଙ୍କ ଭାଇ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତାକୁ ଗିରଫ କରିଛି।