This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ଷ୍ଟେସନ କ୍ଲବ ଠାରେ ପୋଲିସ ଏସଆଇ ଚାକିରି ମାମଲାର ମିଡିଆରେ ମିଥ୍ୟା ପ୍ରଚାର ଅଭିଯୋଗ କରି ଚନ୍ଦନ ମଲ୍ଲିକଙ୍କ ସାମ୍ବାଦିକ ସମ୍ମିଳନୀ
Baleshwar M, Balasore | Oct 8, 2025
ଆଜି ପୂର୍ବାହ୍ନ ୧୧.୩୦ ରେ ଷ୍ଟେସନ କ୍ଲବ ଠାରେ ଯୁବନେତା ତଥା ସାମାଜିକ କର୍ମୀ ଚନ୍ଦନ ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ ଏସ ଆଇ ଚାକିରି ମାମଲାର ଗଣମାଧ୍ୟମରେ ତାଙ୍କୁ ଅଭିଯୁକ୍ତ କରିବା ସହିତ ଜେଲ ଯିବା ଘଟଣାର ଖଣ୍ଡନ କରିଛନ୍ତି।ଏଥି ସହିତ ଗଣ ମାଧ୍ୟମରେ ତାଙ୍କ ବିରୋଧରେ ପ୍ରକାଶିତ ନ୍ୟିଜକୁ ମିଥ୍ୟା ବୋଲି କହିଛନ୍ତି ଚନ୍ଦନ ମଲ୍ଲିକ।ତାଙ୍କ ବିରୋଧରେ ପ୍ରକାଶିତ ନ୍ୟୁଜ ପାଇଁ ସମାଜରେ ସମ୍ମାନ ହାନି ହୋଇଛି।ସେ ତାଙ୍କର ପରିବାର ଲୋକେ ଦାଣ୍ଡରେ ମୁଁହ ଟେକି ଚାଲି ପାରୁ ନାହାନ୍ତି,ଶ୍ରୀ ମଲ୍ଲିକ କାନ୍ଦି କାନ୍ଦି କହିବା ସହ ନ୍ୟାୟ ପାଇଁ ଜିଲ୍ଲାପ୍ରଶାସନକୁ ନିବେଦନ କରିଛନ୍ତି।