Download Now Banner

This browser does not support the video element.

ଡାବୁଗାଁ: ପାପଡାହାଣ୍ଡି ଥାନା ଅଞ୍ଚଳରେ ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ଅଭିଯୋଗ, ଯୁବକ ଗିରଫ

Dabugan, Nabarangpur | Sep 11, 2025
ପାପଡାହାଣ୍ଡି ଥାନା ଦଳେଇଗୁଡା ଅଞ୍ଚଳରେ ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଗଣେଶ ପାଈକକୁ ଗିରଫ କରିଛି | ସୂଚନା ପ୍ରକାରେ ଗଣେଶ ତିନି ବର୍ଷ ତଳେ ଯୁବତୀଙ୍କୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖି ଆସୁଥିଲା | ବିବାହ ପାଇଁ କହିଲେ କଥା ଭୁଲାଉଥିଲା | ସେମାନେ ଭିନ୍ନ ଭିନ୍ନ ଜାତିର ବୋଲି କହୁଥିଲା | ଇତି ମଧ୍ୟରେ ଯୁବତୀ ଜଣକ ନଅ ମାସର ଗର୍ଭବତୀ ହୋଇଥିବା ବେଳେ ଗତ କାଲି ପାପଡାହାଣ୍ଡି ଥାନାରେ ଏତଲା ଦେଇଥିଲେ | ପୋଲିସ କେସ ନମ୍ବର 195/25ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା |
Read More News
T & CPrivacy PolicyContact Us