This browser does not support the video element.
ସୋର: ନିଶ୍ଚିନ୍ତପୁର ପଞ୍ଚାୟତ ଜେନାସାହି ଗ୍ରାମରେ ସିଆରସି ଗୃହର ପୂର୍ଣ୍ଣାଙ୍ଗି କରଣ କାର୍ଯ୍ୟକୁ ଉଦଘାଟନ କଲେ ସୋର ବିଧାୟକ
Soro, Balasore | Oct 6, 2025
ସୋର ବ୍ଲକ ନିଶ୍ଚିନ୍ତପୁର ପଞ୍ଚାୟତ ଦୁଇ ନମ୍ବର ୱାର୍ଡ ଜେନା ସାହି ଲକ୍ଷ୍ମୀ ମଣ୍ଡପ ନିକଟରେ ଲକ୍ଷ୍ମୀ ନାରାୟଣ ସିଆରସି ଗୃହ ପୂର୍ଣ୍ଣାଙ୍ଗି କରଣ କାର୍ଯ୍ୟକୁ ସୋର ବିଧାୟକ ମାଧବ ଧଡ଼ା ଉଦଘାଟନ କରିଛନ୍ତି। ବିଧାୟକଙ୍କ ହାତ ପାଣ୍ଠିରୁ ୪ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ସିଆରସି ଗୃହର ପୂର୍ଣ୍ଣାଙ୍ଗି କରଣ କରାଯାଇଛି। ଏହାକୁ ସୋର ବିଧାୟକ ମାଧବ ଧଡ଼ା ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ସମୟରେ ଫକୀର ମୋହନ ଦାସ, ଶଙ୍କର୍ଷଣ ବାରିକ,ଉମାକାନ୍ତ ସାହୁ ଙ୍କ ସମେତ ଶତାଧିକ ଗ୍ରାମବାସୀ ସେଠାରେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଗ୍ରାମବାସୀ ମାନେ ପରିଚାଳନା କରିଥିଲେ।