This browser does not support the video element.
ଗୋବିନ୍ଦପୁର: ଡାକ୍ତରୀ ପ୍ରବେଶିକା ପରୀକ୍ଷା ପାସ କରିଥିବା ଲିଜା ମାଝୀ ବାମରା ଆଦର୍ଶ ବିଦ୍ୟାଳୟ ରେ ସମ୍ବର୍ଦ୍ଧିତ
Govindpur, Sambalpur | Aug 26, 2025
ବାମରା ବ୍ଲକ ଅନ୍ତର୍ଗତ ଉଚ୍ଚକାପାଟ ଗ୍ରାମ ର ଲିଜା ମାଝୀ ଡାକ୍ତରୀ ପ୍ରବେଶିକା ପରୀକ୍ଷା ରେ କୃତକାର୍ଯ୍ୟ ହୋଇଥିବା ବେଳେ ତାଙ୍କୁ ବାମରା ଆଦର୍ଶ ବିଦ୍ୟାଳୟ ଠାରେ ସମ୍ବର୍ଦ୍ଧିତ କରାଯାଇଛି। ଉଚ୍ଚକାପାଟ ଗ୍ରାମ ର କ୍ଷୁଦ୍ର ଚାଷୀ ଲଳିତ ମୋହନ ମାଝୀ ଓ ପଦ୍ମିନୀ ମାଝୀଙ୍କ ଝିଅ ଲିଜା, ଡାକ୍ତରୀ ପ୍ରବେଶିକା ପରୀକ୍ଷା ନିଟ ୨୦୨୫ ରେ କୃତକାର୍ଯ୍ୟ ହୋଇଛନ୍ତି। ତାଙ୍କ ଏହି ସଫଳତା କୁ ନେଇ ମଙ୍ଗଳବାର ଦିନ ୩ ଟା ସମୟରେ ବାମରା ଆଦର୍ଶ ବିଦ୍ୟାଳୟ ତାଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି।