This browser does not support the video element.
ଖଲ୍ଲିକୋଟ୍: ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ଜାଲ ଦସ୍ତଖତ ରେ ଚାଉଳ ଯୋଗାଣ କରିବା ବାଲିଆ ଗ୍ରାମ ର ମା' ତାରିଣୀ ରାଇସ ମିଲ ପାଇଁ ପଡିଲା ମହଙ୍ଗା
Khalikote, Ganjam | Aug 30, 2025
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ବାଲିଆ ଗ୍ରାମ ର ମା' ତାରିଣୀ ରାଇସ ମିଲ୍ ର ବଢିଲା ଅଡୁଆ l ମିଲ୍ର ତିନି ଗୋଦାମରେ ଥିବା ଧାନ, ଚାଉଳ ଏବଂ ଅନ୍ୟ ସାମଗ୍ରୀ କୁ ଆଖପାଖ ଅଞ୍ଚଳର ୨୦ ଟି ମିଲ୍କୁ ସ୍ଥାନାନ୍ତର କରିବା ନେଇ ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ନିର୍ଦ୍ଧେଶ ପରେ ଦୁଇ ଜଣିଆ ଟିମ ଆଜି ଅପରାହ୍ନ ୨ ଟା ସମୟରେ ରାଇସ ମିଲ ରେ ପହଞ୍ଚିଛି l ପୂର୍ବରୁ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ଜାଲ ଦସ୍ତଖତ କରି ଗୋଦାମ କୁ ଚାଉଳ ଯୋଗାଣ ଭଳି ସଙ୍ଗୀନ ଅଭିଯୋଗ ରହିଥିଲା ମିଲ ନାମରେ l