This browser does not support the video element.
ବରଗଡ: ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବରଗଡ଼ ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମିଳନୀ ପକ୍ଷରୁ ପୁରୁଣା ହସ୍ପିଟାଲରୁ ଅନୁଷ୍ଠିତ ହେଲା ସଚେତନତା ରାଲି
Bargarh, Bargarh (Baragarh) | Sep 6, 2025
ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବରଗଡ଼ ଅଖିଳ ଭାରତୀୟ ମାରୱାଡି ମହିଳା ସମ୍ମିଳନୀ ତରଫରୁ ଶନିବାର ସକାଳ 10 ଘଣ୍ଟା ସମୟରେ ଚକ୍ଷୁ ଦାନକୁ ନେଇ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଯାଇଛି | ବରଗଡ଼ ପୁରୁଣା ହସ୍ପିଟାଲରୁ ଏହି ରାଲି ବାହାରି ବରଗଡ଼ ସହର ପରିକ୍ରମା କରାଯାଇଥିଲା | ଜାତୀୟ ଚକ୍ଷୁ ଦାନ ପକ୍ଷ ଅବସରରେ ଚକ୍ଷୁଦାନ ପାଈଁ ବରଗଡ଼ ବାସି ତଥା ଜନସାଧାରଣଙ୍କୁ ସଚେତନ କରାଯାଇଛି | ମୃତ୍ୟୁ ପରେ ମଧ୍ୟ ଆପଣଙ୍କ ଚକ୍ଷୁ ଦୁନିଆକୁ ଦେଖିପାରିବ ବୋଲି ବାର୍ତ୍ତା ଦିଆଯାଇଛି | ନର୍ସିଙ୍ଗ ଛାତ୍ରଛାତ୍ରୀ ଏହି ରାଲିରେ ସାମିଲ ହୋଇ ସଚେତନତା କରିଥିଲେ |