This browser does not support the video element.
ବୀରମିତ୍ରପୁର: ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ହେଉଥିବା ଦୂର୍ଗାପୂଜା ମୂର୍ତ୍ତିର କେତେକ ସ୍ଥାନରେ ଭସାଣିଯାତ୍ରା ଅନୁଷ୍ଠିତ।
Biramitrapur, Sundargarh | Oct 3, 2025
ନୂଆଗାଁ ବ୍ଲକର ବିଭିନ୍ନ ସ୍ଥାନରେ ହେଉଥିବା ଦୂର୍ଗାପୂଜା ମୂର୍ତ୍ତିର କେତେକ ସ୍ଥାନରେ ଭସାଣିଯାତ୍ରା ଅନୁଷ୍ଠିତ ହୋଇଯାଇଛି।ପୁରୁଣାପାଣି ଟାଉନସିପର କମ୍ୟୁନିଟି ସେଣ୍ଟରରେ ହୋଇଥିବା ଦୂର୍ଗାପୂଜା ମୂର୍ତ୍ତିର ଆଜି ପ୍ରାୟ ସନ୍ଧ୍ୟା ୭ଟା ସମୟରେ ଭସାଣି କାର୍ଯ୍ୟ ଆରମ୍ଭ ହୋଇଯାଇଛି।ସେହିପରି ନୂଆଗାଁରେ ମଧ୍ୟ ଭସାଣି କାର୍ଯ୍ୟ ଆରମ୍ଭ ହୋଇଯାଇଛି।ନୂଆଗାଁ ଅଞ୍ଚଳରେ ନୂଆଗାଁ ଫାଣ୍ଡି ଅଧିକାରୀ ପ୍ରଫୁଲ୍ଲ କୁମାର ସେଠୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ।ସେହିପରି ପୁରୁଣାପାଣି ଟାଉନସିପ ଓ ଟିସ୍କୋ ଅଞ୍ଚଳରେ ହାତୀବାରି ପୋଲିସ ଉପସ୍ଥିତ ଥିଲେ।