Download Now Banner

This browser does not support the video element.

ଝାରସୁଗୁଡା: ଗଣେଶ ପୂଜା ଭଷାଣି ବେଳେ ଗଣ୍ଡଗୋଳକୁ ନେଇ ରେଲୱେ କଲୋନୀ ଅଞ୍ଚଳରେ ଗୁଳିମାଡ଼ ଘଟଣା, ପ୍ରତିକ୍ରିୟା ରଖିଲେ ରେଲୱେ ସୁରକ୍ଷା ଅଧିକାରୀ

Jharsuguda, Jharsuguda | Sep 7, 2025
ଗଣେଶ ପୂଜା ଭଷାଣି ବେଳେ ଗଣ୍ଡଗୋଳକୁ ନେଇ ଝାରସୁଗୁଡା ରେଲୱେ କଲୋନୀ ଅଞ୍ଚଳରେ ଗୁଳିମାଡ଼ ଘଟଣାରେ ଆଜି ସକାଳ ସାଢେ ନଅଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ରେଲୱେ ସୁରକ୍ଷା ଅଧିକାରୀ। ଗତ ବିଳମ୍ବିତ ରାତିରେ ରେଲୱେ କଲୋନୀ ଅଞ୍ଚଳରେ ଛଅ ରାଉଣ୍ଡ ଗୁଳିମାଡ଼ ହୋଇଛି। ଗତକାଲି ରେଲୱେ କଲୋନୀ ଶୀତଲା ମଠ ଗଣେଷ ପୂଜାର ବିସର୍ଜନ ଥିଲା ଏବଂ ବିସର୍ଜନ ସାରି ଫେରିବା ବେଳେ କମିଟି ର କିଛି ପିଲାଙ୍କ ସହିତ ଡ଼ବଳିଙ୍ଗ କଲୋନୀ ନିକଟରେ ବଚସା ହୋଇଥିଲା। ଏହି ଗୁଳିମାଡ଼ ଘଟଣାର ତଦନ୍ତ ଜାରୀରହିଛି। ଘଟଣା ସ୍ଥଳରେ ଝାରସୁଗୁଡା ଏସ୍ପି ଓ ଏସଡିପିଓ ପହଁଚି ତଦନ୍ତ କରୁଛନ୍ତି ।
Read More News
T & CPrivacy PolicyContact Us