Download Now Banner

This browser does not support the video element.

ଖଲ୍ଲିକୋଟ୍: ଆଛୁଲି ହିନ୍ଦୀ ପ୍ରଚାର ସଭା ଗୃହ ଠାରେ ସରସ୍ଵତୀ ପଣ୍ଡା ସ୍ମାରକୀ ଟ୍ରଷ୍ଟ ଆନୁକୂଲ୍ୟରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Khalikote, Ganjam | Sep 5, 2025
ପୁରୁଷୋତ୍ତମପୁର ବ୍ଲକ ଆଛୁଲି ହିନ୍ଦୀ ପ୍ରଚାର ସଭା ଗୃହ ଠାରେ ଶୁକ୍ରବାର ଦିନ ସରସ୍ଵତୀ ପଣ୍ଡା ସ୍ମାରକୀ ଟ୍ରଷ୍ଟ ଆନୁକୂଲ୍ୟରେ ଗୁରୁ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଅପରାହ୍ନ ୪ ଟା ସମୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ବରିଷ୍ଠ ବିଜେପି ନେତା ମହେଶ ମହାନ୍ତି, ପୁରୁଷୋତ୍ତମପୁର ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା ପ୍ରମୁଖ ଯୋଗଦେଇ ଥିଲେ । ପରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଟ୍ରଷ୍ଟ ତରଫରୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
Read More News
T & CPrivacy PolicyContact Us