This browser does not support the video element.
ଝାରସୁଗୁଡା: ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ ଖାଦ୍ୟ ଟୋକେଇ ଯୋଗାଇବା ସମ୍ବନ୍ଧେ ଝାରସୁଗୁଡା ଜିଲ୍ଲା କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ
Jharsuguda, Jharsuguda | Sep 8, 2025
ପ୍ରଧାନମନ୍ତ୍ରୀ ଟିବି ମୁକ୍ତ ଭାରତ ଅଭିଯାନ ଅଧୀନରେ ଖାଦ୍ୟ ଟୋକେଇ ଯୋଗାଇବା ସମ୍ବନ୍ଧେ ଆଜି ଅପରାହ୍ନ ଚାରିଟା ସମୟରେ ଝାରସୁଗୁଡା ଜିଲ୍ଲା କାର୍ଯ୍ୟାଳୟ ଠାରେ ଝାରସୁଗୁଡା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣଙ୍କ ଅଧକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ଆସନ୍ତା ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଜି ଏହାକୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପ୍ରତୀଟି ଯକ୍ଷ୍ମା ରୋଗୀ ତଥା ରୋଗୀଙ୍କ ପରିବାର ସଦସ୍ୟଙ୍କୁ ଖାଦ୍ୟ ଟୋକେଇ ବଣ୍ଟନ କରାଯିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା।