This browser does not support the video element.
ଖଲ୍ଲିକୋଟ୍: ବଡ଼ ଘାଟି ସେଣ୍ଟ୍ରାଲ ନର୍ସରୀ ପରିସରରେ ଚାରା ବଣ୍ଟନ ରଥର ଶୁଭାରମ୍ଭ କଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ
Khalikote, Ganjam | Sep 11, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଡିମିରିଆ ପଞ୍ଚାୟତର ବଡ଼ ଘାଟି ସେଣ୍ଟ୍ରାଲ ନର୍ସରୀ ପରିସରରେ ଆଜି ଚାରା ବଣ୍ଟନ ରଥର ଶୁଭାରମ୍ଭ କରିଛନ୍ତି ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ । ଆଜି ଦିନ ୧୧ ଟା ସମୟରେ ଖଲ୍ଲିକୋଟ ବନାଞ୍ଚଳ ଅଧିକାରୀ ତଥା ଏସିଏଫ୍ ଦିବ୍ୟଶଙ୍କର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗଦେଇ ନୀଳ ପତାକା ଦେଖାଇ ଚାରା ବଣ୍ଟନ ରଥର ଶୁଭାରମ୍ଭ କରିଥିଲେ ।