This browser does not support the video element.
ଓରିଏଣ୍ଟ: ବରଘାଟ ନିକଟ ଇବ ନଦୀରେ ଜଣେ ଅଜଣା ମହିଳା ନଦୀ ଭିତରକୁ ଡେଇଁଥିବା ସୂଚନା, ଓଡ୍ରାଫ ଟିମ ଓ ଅଗ୍ନିଶମ ପକ୍ଷରୁ ସର୍ଚ୍ଚ ଅପରେସନ
Orient, Jharsuguda | Sep 27, 2025
ଝାରସୁଗୁଡା ଜିଲ୍ଲା ବରଘାଟ ନିକଟ ଇବ ନଦୀରେ ଆଜି ଜଣେ ଅଜଣା ମହିଳା ନଦୀ ଭିତରକୁ ଡେଇଁଥିବା ନେଇ ଜଣାପଡିଛି। ଖବର ପାଇ ଆଜି ସକାଳ ଦଶଟା ସମୟରେ ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ ଆଜି ବରଘାଟ ନିକଟ ଇବନଦିରେ ଜଣେ ମହିଳା ଡେଇଁଥିବା ନେଇ ଖବର ଦିଆଯାଇଥିବା ବେଳେ ମହିଳା ଜଣକ କିଏ ତାହା ସ୍ୱଷ୍ଟ ହୋଇନାହିଁ। ତେବେ ଆଜି ପ୍ରଧାନମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ଥିବାରୁ ପୋଲିସ ବିଭାଗ, ଅଗ୍ନିଶମ ବିଭାଗ ସମସ୍ତେ ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟସ୍ତ ରହିଥିଲେ ଏବଂ ମହିଳା ଜଣକ ନଦୀ ପାଣିରେ ଡେଇଁଦେଇଥିବା ନେଇ ଜଣାପଡିଛି।