This browser does not support the video element.
ଖୋର୍ଦ୍ଧା: ଚଣ୍ଡେଶ୍ୱର ଛକ ନିକଟରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ ଜଣେ ଗିରଫ
Khordha, Khordha | Aug 21, 2025
ଭ୍ୟାନରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ । ଚୋରା ଚାଲାଣ ବେଳେ ମାଡ଼ି ବସିଲା ଅବକାରୀ ବିଭାଗ। ଜଣେ ଅଭିଯୁକ୍ତ ଗିରଫ। ୧୬ନଂ ଜାତୀୟ ରାଜପଥ ଚଣ୍ଡେଶ୍ଵର ନିକଟରୁ ପିକଅପ୍ ଭ୍ୟାନ୍ଟି ଧରା ପଡ଼ିଛି । ଗାଡ଼ି ଭିତରୁ ୧୦ କ୍ଵିଣ୍ଟାଲ୍ ୫୦ କିଲୋର ଗଞ୍ଜେଇ ଜବତ କରାଯାଇଛି। ଗଜପତିରୁ ପୁରୀ ଅଭିମୁଖେ ଏକ ଗଞ୍ଜେଇ ଭର୍ତ୍ତି ପିକଅପ୍ ଭ୍ୟାନ୍ ଯାଉଥିଲା।ଏନେଇ ଖବର ପାଇବା ପରେ ଅବକାରୀ ବିଭାଗ ଚଢାଉ କରି ୧୬ନଂ ଜାତୀୟ ରାଜପଥ ଚଣ୍ଡେଶ୍ଵର ନିକଟରୁ ପିକଅପ୍ ଭ୍ୟାନ୍କୁ ଅଟକାଇଥିଲା । ଗାଡିକୁ ଯାଞ୍ଚ ବେଳେ ସେଥିରୁ ୧୦ କ୍ଵିଣ୍ଟାଲ୍ ୫୦ କିଲୋ ଓଜନର ଗଞ୍ଜେଇ ଜବତ ହୋଇଛି ।