Download Now Banner

This browser does not support the video element.

ଗୋବିନ୍ଦପୁର: ଗୁର୍ଲା ଛକ ଠାରେ ବଳଦ କୁ ଧକ୍କା ଦେଇ ବାଇକ୍ ଦୁର୍ଘଟଣା, ୨ ଆହତ

Govindpur, Sambalpur | Aug 31, 2025
ଗୋବିନ୍ଦପୁର ସ୍ଥିତ ଗୂର୍ଲା ଛକ ଠାରେ ବଳଦ କୁ ଧକ୍କା ଦେଇ ଏକ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଏଥିରେ ୨ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ବାଗଡିହି ରାମୋପଡ଼ାର  ଗ୍ରାମ ର ପ୍ରଦୀପ ମୁଣ୍ଡା ବାମରା ତାଲଡିହି ର ନିଜ ସମ୍ପର୍କିତ ହେମୋ ମୁଣ୍ଡା ଙ୍କୁ ଏକ ବାଇକ୍ ରେ ନେଇ ରବିବାର ସନ୍ଧ୍ୟା ପ୍ରାୟ ୭ ଟା ସମୟରେ ବାଗଡିହି କୁ ଯାଉଥିବା ବେଳେ ଗୁର୍ଲା ଛକ ଠାରେ ଏକ ବଳଦ କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ଉକ୍ତ ଦୁର୍ଘଟଣା ରେ ଉଭୟ ମହିଳା ପୁରୁଷ ଆହତ ହୋଇଥିବା ବେଳେ ତାଙ୍କୁ ଉଦ୍ଧାର କରି ଗୋବିନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଛି।
Read More News
T & CPrivacy PolicyContact Us