Download Now Banner

This browser does not support the video element.

ଜୟପୁର: ଏମ.ଜି ରୋଡରେ ରେ ଜଣେ ବ୍ୟକ୍ତିଙ୍କ ଠାରୁ ଟଙ୍କା ଲୁଟ ମାମଲାରେ ଫେରାର ଅଭିଯୁକ୍ତ କୁ ବଡ଼ ଦୁବୁଲି ଗ୍ରାମରୁ ଗିରଫ କଲା ଟାଉନ ପୋଲିସ

Jeypore, Koraput | Sep 25, 2025
ଜୟପୁର ସହରର ଏମ.ଜି ରୋଡରେ ରହିଥିବା ଅମ୍ବିକା ହୋଟେଲ ନିକଟରେ ଜଣେ ବ୍ୟକ୍ତିଙ୍କ ଠାରୁ ଜୋରଜବରଦସ୍ତ ଟଙ୍କା ଲୁଟ ମାମଲାରେ ଫେରାର ରହିଥିବା ୩ୟ ଅଭିଯୁକ୍ତଙ୍କୁ ଟାଉନଥାନା ପୁଲିସ ଗିରଫ କରିବା ସହ ଆଜି ସଂନ୍ଧ୍ୟା 5ଟାରେ କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ସ୍ଥାନୀୟ ସଦର ଥାନା ଅଞ୍ଚଳ ବଡ ଦୁବୁଲି ଗ୍ରାମର ପ୍ରବୀର ହରିଜନ (୨୩) । ଏହି ମାମଲାରେ ପୂର୍ବରୁ ୨ଜଣ ଲୁଟେରା ଗିରଫ ହୋଇଥିବା ବେଳେ ତୃତୀୟ ଅଭିଯୁକ୍ତ ଫେରାର ରହିଥିଲା । ଗତ ଜୁଲାଇ ୧୬ ତାରିଖରେ ପଖନାଗୁଡା ଗ୍ରାମର ଦାମଦୋର ଦିସାରୀ ବ୍ୟାଙ୍କରୁ ୪୦ ହଜାର ଟଙ୍କା ଉଠାଣ କରିଥିଲେ ।
Read More News
T & CPrivacy PolicyContact Us