This browser does not support the video element.
ବାରିପଦା ମ୍ୟୁନିସିପାଲଟି: ଗାଙ୍ଗରାଜ ଅଞ୍ଚଳର ଏକ ପରିତ୍ୟକ୍ତ ଖାଲ ରୁ ଅଚିହ୍ନା ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର
Baripada M, Mayurbhanj | Sep 9, 2025
କୁଳିଅଣା ଥାନା ଅନ୍ତର୍ଗତ ଗାଙ୍ଗରାଜ ଅଞ୍ଚଳର ଏକ ପରିତ୍ୟକ୍ତ ଖାଲ ରୁ ଅଚିହ୍ନା ବ୍ୟକ୍ତି ଙ୍କ ଗଳିତ ମୃତଦେହ ଉଦ୍ଧାର ହୋଇଛି। ମଙ୍ଗଳବାର ଅପରାହ୍ନ ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ଗାଈ ନେଇ ଯିବା ବେଳେ ଦୁର୍ଗନ୍ଧ ହୋଇଥିଲା। ଯାହାକୁ ନେଇ ସେ ଖୋଜା ଖୋଜି କରିବାରୁ ଖାଲ ମଧ୍ୟରେ ମୃତଦେହ ପଡିଥିବାର ଦେଖିବାକୁ ପାଇଥିଲେ। ଘଟଣା ବାବଦରେ ପୁଲିସକୁ ଖବର ଦେଇଥିଲେ। କୁଳିଅଣା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ଅପରାହ୍ନ ପ୍ରାୟ ୫ଟା ସମୟରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ।