This browser does not support the video element.
ଖଲ୍ଲିକୋଟ୍: ଖଲ୍ଲିକୋଟ ମେଡ଼ିକାଲ କର୍ମଚାରୀଙ୍କ କ୍ୱାର୍ଟର ଭିତରେ ପଶି ଗଲା ଅଜଗର; ୧୦ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କଲା ବନ ବିଭାଗ
Khalikote, Ganjam | Sep 9, 2025
ଖଲ୍ଲିକୋଟ ମେଡ଼ିକାଲ ପରିସରରେ ମେଡ଼ିକାଲ କର୍ମଚାରୀଙ୍କ କ୍ୱାର୍ଟର ଭିତ ରୁ ୧୦ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛି ବନ ବିଭାଗ । ମିଳିଥିବା ସୂଚନା ଅନୁଯାୟୀ ଗତ କାଲି ରାତି ୧୧ ଟା ସମୟରେ ଖଲ୍ଲିକୋଟ ମେଡିକାଲ ର କର୍ମଚାରୀ ପଦ୍ମନାଭ ରାଓ ନିଜ କ୍ୱାର୍ଟର ଭିତରେ ଥିବା ସମୟରେ ଏକ ୧୦ ଫୁଟ ଲମ୍ବର ଅଜଗର ସାପ ପଶି ଯାଇଥିଲା । ଏ ସମ୍ପର୍କରେ ଖବର ପାଇ ବିଳମ୍ବିତ ରାତି ପ୍ରାୟ ୧୨ ଟା ରେ ବନ କର୍ମଚାରୀ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମିହିର ପଣ୍ଡା ଘଟଣା ସ୍ଥଳରେ ପହଞ୍ଚି କ୍ୱାର୍ଟର ଭିତରୁ ୧୦ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛନ୍ତି ।