This browser does not support the video element.
ବଲାଙ୍ଗୀର: ରେଲୱେ ଷ୍ଟେସନ ଟିକେଟ କାଉଣ୍ଟର ସାମ୍ନାରୁ ବାଇକ ଚୋରି, ଥାନାରେ ଅଭିଯୋଗ
Balangir, Balangir | Aug 13, 2025
ଏକ ବାଇକ୍ ଚୋରି ଘଟଣା ସିସିଟିଭି କେମେରାରେ ସ୍ପଷ୍ଟ ଭାବେ କଏଦ ହୋଇଛି। ବଲାଙ୍ଗୀର ରେଳୱେ ଷ୍ଟେସନ୍ର ଟିକେଟ କାଉଣ୍ଟର ସାମ୍ନାରେ ରଖାଯାଇଥିବା ବାଇକ୍ଟିକୁ ଅଜଣା ଚୋର ନେଇ ପଳାଇଥିଲା। ଏହି ଘଟଣାର ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେବା ସହିତ ଅଞ୍ଚଳରେ ଚର୍ଚ୍ଚାର ସୃଷ୍ଟି କରିଛି। ବାଇକ୍ ମାଲିକ ଜଣକ ଅଜୟ ବେହେରା ରାଜୀବ ନଗର୍ ଅଞ୍ଚଳ ର ବୋଲି ସୁଚନା ମିଳିଛି।ଆଜି ରାତି ୮ଟା ସମୟରେ ସେ ରେଳୱେ ଥାନାକୁ ଯାଇ ଅଭିଯୋଗ ଦାଖଲ କରିଥିବା କହିଛନ୍ତି। ପୋଲିସ ସିସିଟିଭି ଫୁଟେଜ ଆଧାରରେ ଚୋରଙ୍କ ସନ୍ଦାନ ଓ ଘଟଣାର ପୂରା ପରିସ୍ଥିତିର ତଦନ୍ତ ଆରମ୍ଭ କରିଛି।