Download Now Banner

This browser does not support the video element.

ଢେଙ୍କାନାଳ ସଦର: ସେରଣାବେଡ଼ା ନିକଟରେ କାର ଗଛରେ ପିଟି ହୋଇ ୨ପରିବାରର ୭ ଗୁରୁତର,ତାରା ତାରିଣୀ ଦର୍ଶନ କରି ଫେରୁଥିବା ସୂଚନା

Dhenkanal Sadar, Dhenkanal | Oct 1, 2025
ବ୍ରହ୍ମପୁରରୁ ମା ତାରା ତାରିଣୀଙ୍କ ଦର୍ଶନ ସାରି ଫେରୁଥିବା ବେଳେ ଦୁର୍ଘଟଣାରେ ଦୁଇଟି ପରିବାରର ୭ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ରେଭେନ୍ୟୁ ଇନ୍ସପେକ୍ଟର ଥିବା ଜଣାପଡିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ ଦୁଇ ଜଣ RI ଙ୍କ ପରିବାର ମା ତାରତାରିଣୀଙ୍କ ଦର୍ଶନ ପାଇଁ ବ୍ରହ୍ମପୁର ଯାଇଥିଲେ । ସେଠାରୁ ସେମାନେ ନିଜ କାରରେ ଫେରୁଥିବା ବେଳେ ହିନ୍ଦୋଳ ଥାନା ସେରଣାବେଡା ନିକଟରେ କାରଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା । ଯାହା ଫଳରେ କାରରେ ଥିବା ସମସ୍ତ ସଦସ୍ୟ ଗୁରୁତର ହୋଇଥିଲେ ।
Read More News
T & CPrivacy PolicyContact Us