Download Now Banner

This browser does not support the video element.

ସୋର: ଉତ୍ତରେଶ୍ୱର ନିକଟରେ ଟ୍ରକ ପଛରୁ ଧକା ଦେଲା କାର, ତିନି କାର ଯାତ୍ରୀ ଗୁରୁତ୍ତର

Soro, Balasore | Sep 8, 2025
ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ଉତ୍ତରେଶ୍ୱର ନିକଟରେ ଟ୍ରକ ପଛରୁ ଏକ କାର ଧକା ଦେବା ଫଳରେ ୩ ଜଣ କାର ଯାତ୍ରୀ ଗୁରୁତ୍ତର ଆହତ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁସାରେ ବାଲେଶ୍ୱର ସୁନହଟ ଅଞ୍ଚଳର ସେକ ହମିଦ (୭୦), ସେକ ଅନୱାର (୪୫),ଏବଂ କଶୀଦା ବିବି (୪୦) ଓଡି ୧୧ ୮୫୪୭ ନମ୍ବର ବିଶିଷ୍ଟ କାର ଯୋଗେ ଭୁବନେଶ୍ୱର ମେଡିକାଲ କାମରେ ଯାଉଥିଲେ। ଏହି ସମୟରେ ଉତ୍ତରେଶ୍ୱର ନିକଟରେ ଆଗରେ ଯାଉଥିବା ଡବ୍ଲୁ ବି ୧୯ ଜେ ୪୩୨୨ ନମ୍ବର ବିଶିଷ୍ଟ ଟ୍ରକ ପଛରୁ ଭାରସାମ୍ୟ ହରାଇ ଧକ୍କା ଦେଇଥିଲା। ଫଳରେ କାରରେ ଥିବା ୩ ଜଣ ଯାକ କାର ଯାତ୍ରୀ ଗୁରୁତ୍ତର ଆହତ ହୋଇଥିଲେ।
Read More News
T & CPrivacy PolicyContact Us