This browser does not support the video element.
ବସ୍ତା: ମିରିଗୀମୁଣ୍ଡି ମା' ହୋଟେଲ ନିକଟରେ ପିକଅପ ଧକ୍କାରେ ବାଇକ ଆରୋହୀ ମୃତ, ପୋଲିସର ତଦନ୍ତ ଜାରି
Basta, Balasore | Aug 25, 2025
ପିକଅପ ଧକ୍କାରେ ବାଇକ ଆରୋହୀ ମୃତ ବାଲେଶ୍ୱର ଜିଲ୍ଲା 60 ନମ୍ବର ଜାତୀୟ ରାଜପଥ ର ମିରିଗୀମୁଣ୍ଡି ମା ହୋଟେଲ ନିକଟରେ ଆଜି ପିକଅପ ଧକ୍କାରେ ବାଇକ ଆରୋହୀ ମୃତ ହୋଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ବସ୍ତା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଅଞ୍ଚଳ ର ପିଅନ ହେମ୍ବ୍ରମ ବାଇକ ଯୋଗେ ବାଲେଶ୍ୱର ଅଭିମୁଖେ ଯାଉଥିବା ବେଳେ ମିରିଗୀମୁଣ୍ଡି ମା ହୋଟେଲ ନିକଟରେ ପଛରୁ ଏକ ଦ୍ରୁତଗାମୀ ପିକଅପ ଆସି ଉକ୍ତ ବାଇକ ଧକ୍କା ଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା l ତେବେ ସ୍ଥାନୀୟ ଲୋକେ ସେଠାରୁ ତାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିଲେ