Download Now Banner

This browser does not support the video element.

ବରଗଡ: ଟାଉନ ପୋଲିସ ର ଅନୁରୋଧ କ୍ରମେ ପିପଲମୁଣ୍ଡା ସ୍ଥିତ ସ୍ବର୍ଗଦ୍ୱାରରେ ଅଜଣା ଶବ ସତ୍କାର କଲା ନିଷ୍ଠା ପରିବାର

Bargarh, Bargarh (Baragarh) | Sep 11, 2025
ନିଷ୍ଠା ପରିବାର ତରଫରୁ ଅଜଣା ଶବ ସତ୍କାର | ରବିବାର ସନ୍ଧ୍ୟା 5 ଘଣ୍ଟା ସମୟରେ ପିପଲ ମୁଣ୍ଡା ସ୍ଥିତ ସ୍ୱର୍ଗଦ୍ୱାର ଠାରେ ଶବ ସତ୍କାର କରାଯାଇଛି | ବରଗଡ ଜିରା ନଦୀ ପାଖରେ ଏକ ଗଛ ରୁ ଝୁଲନ୍ତା ଅବସ୍ଥାରେ ଜଣେ ୪୦ ରୁ ୪୫ ବର୍ଷୀୟ ବ୍ୟକ୍ତି ଙ୍କ ଶବ ଉଦ୍ଧାର କରିଥିଲା ଟାଉନ ଥାନା ପୋଲିସ। ଏ ନେଇ ଏକ କେଶ ରୁଜୁ କରି ଘଟଣା ର ତନାଘନା କରିଥିଲା ପୋଲିସ ଓ ତାଙ୍କୁ ଶବ ସଂରକ୍ଷଣ ଗୃହ ରେ ରଖାଯାଇଥିଲା। ବହୁ ଚେଷ୍ଟା ପରେ ମଧ୍ୟ ତାଙ୍କ ର କୌଣସି ପରିଚୟ ମିଳିପାରି ନ ଥିଲା। ଏ ନେଇ ନିଷ୍ଠା ପରିବାର କୁ ଶବ ସତ୍କାର ପାଇଁ ଏକ ଲିଖିତ ଅନୁମତି ଦେଇ ଥିଲେ ବରଗଡ଼ ଟାଉନ ଥାନା ପୋଲିସ।
Read More News
T & CPrivacy PolicyContact Us