This browser does not support the video element.
ହିନ୍ଦୋଳ: ହିନ୍ଦୋଳ ବ୍ଲକ ଅଧକ୍ଷାଙ୍କ ବିରୋଧରେ କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କୁ ଅନାସ୍ଥା ପ୍ରସ୍ତାବ
Hindol, Dhenkanal | Sep 23, 2025
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅଧକ୍ଷା ସସ୍ମିତାରାଣୀ ନାୟକଙ୍କ ବିରୋଧରେ ଆଜି ବ୍ଲକର ୩୫ ପଂଚାୟତରୁ ସରପଞ୍ଚ ସମିତି ସଭ୍ୟ /ସଭ୍ୟା ମିଶି ମୋଟ ୭୦ଜଣଙ୍କ ମଧ୍ୟରୁ ୬୨ଜଣ ଅନାସ୍ଥା ପ୍ରସ୍ତାବ ଉପଜିଲ୍ଲାପାଳଙ୍କୁ ଲିଖିତ ଭାବେପ୍ରଦାନ କରିଛନ୍ତି।ଆଜି ପୂର୍ବ ପ୍ରସ୍ତୁତି ଅନୁଯାୟୀ ଚିତ୍ତଲପୁର ମହାଦେବଙ୍କ ମନ୍ଦିର ଠାରେ ଏକତ୍ରିତ ହୋଇ ଅଧକ୍ଷାଙ୍କ ମନୋମୁଖୀ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ଏପରି ଅନାସ୍ଥା କରାଇବା ନିଷ୍ପତି ପରେ ଉପଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଏହାକୁ ନେଇ ଉପଜିଲ୍ଲାପାଳ ୩ ଦିନ ସମୟ ନେବା ପଂଚାୟତରାଜ ନିୟମ ଅନୁଯାୟୀ କାର୍ଯ୍ୟକ୍ରମ ହେବାକୁ ସେ କହିଛନ୍ତି।