This browser does not support the video element.
ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ବର ରେଳ ଷ୍ଟେସନ ସମ୍ମୁଖରେ ମହିଳାଙ୍କୁ ମାଡ ମାରିବା ଘଟଣାରେ ପୋଲିସ ର କାର୍ଯ୍ୟାନୁଷ୍ଠାନ
Baleshwar M, Balasore | Oct 8, 2025
ରେଳ ଷ୍ଟେସନ ସମ୍ମୁଖରେ ଜଣେ ମହିଳାଙ୍କୁ ମାଡ ମାରିବା ସହ ଗୋଇଠା ମାରୁଥିବା ଭିଡିଓ ଭାଇରାଲ ହେବାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗୋଇଠା ମାରିଥିବା ଯୁବକଙ୍କୁ ଗିରଫ କରିଛି ସହଦେବଖୁଣ୍ଟା ଥାନା ପୋଲିସ। ଅଭିଯୁକ୍ତ ହେଲେ ସହଦେବଖୁଣ୍ଟା ଭାଷ୍କରଗଞ୍ଜ ଅଞ୍ଚଳର ବିଜୟ ଗିରି। ସୂଚନାନୁଯାୟୀ ବିଜୟର ଗାଡି ଭାଙ୍ଗି ଦେଇଥିଲେ ସଂପୃକ୍ତ ମହିଳାଙ୍କ ସ୍ବାମୀ। ଏନେଇ ମହିଳାଙ୍କ ସ୍ବାମୀ ସହ ଯୁକ୍ତିତର୍କ ଚାଲିଥିବାବେଳେ ସଂପୃକ୍ତ ମହିଳା ବିଜୟକୁ ପିଟିଥିଲେ। ଏବଂ ବିଜୟ ସେହି ମହିଳାଙ୍କୁ ମାଡ ମାରିଥିଲେ।ଏନେଇ ସିଟି ଡିଏସ୍ ପି ବୁଧବାର ଅପରାହ୍ନ ୪:୪୫ରେ ପ୍ରତିକ୍ରିୟା ରଖିଥିଲେ।