This browser does not support the video element.
କୋଟପାଡ: କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ବ୍ଲକ ସ୍ତରୀୟ ମନରେଗା,ପି ଡି ଏସ୍ ଏବଂ ସମଗ୍ର ଶିକ୍ଷା କାର୍ଯ୍ୟକ୍ରମର ଜନଶୁଣାଣି ଶିବିର ଅନୁଷ୍ଠିତ
Kotpad, Koraput | Sep 6, 2025
କୁନ୍ଦୁରା ବ୍ଲକ କାର୍ଯ୍ୟାଳୟ ସଭାଗୃହଠାରେ ବ୍ଲକ ସ୍ତରୀୟ ମନରେଗା,ପି ଡି ଏସ୍ ଏବଂ ସମଗ୍ର ଶିକ୍ଷା କାର୍ଯ୍ୟକ୍ରମର ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା l ଶନିବାର ଅପରାହ୍ନ ୩ ଟା ବେଳେ ବିଡିଓ ପି.ମନସ୍ମିତା ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ବି ଜେ ଦଳେଇ, ଜିଲ୍ଲା ସାମାଜିକ ସମୀକ୍ଷକ ଅନିଲ କୁମାର ମହାରଣା, ବ୍ଲକ ଅଧ୍ୟକ୍ଷା ରାଜେଶ୍ୱରୀ ପରଜା ପ୍ରମୁଖ ମଞ୍ଚାସୀନ ଥିଲେ l ଗତ ଅକ୍ଟୋବର ୨୦୨୪ ଠାରୁ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ମନରେଗା, ୨୪-୨୫ ଆର୍ଥିକ ବର୍ଷର ପି ଡି ଏସ୍ ଏବଂ ସମଗ୍ର ଶିକ୍ଷା କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା ଜନ ଶୁଣାଣୀ ହୋଇଥିଲା l