Download Now Banner

This browser does not support the video element.

ଦେବଗଡ: ପ୍ରେମିକାଙ୍କ ଆକସ୍ମିକ ମୃତ୍ୟୁରେ ଭାଙ୍ଗିପଡି ଆତ୍ମହତ୍ୟା କଲେ ଦୋଳମଣ୍ଡପ ସାହିର ଯୁବକ

Debagarh, Debagarh (Deogarh) | Oct 4, 2025
ପ୍ରେମିକାଙ୍କ ଆକସ୍ମିକ ମୃତ୍ୟୁରେ ଭାଙ୍ଗିପଡ଼ି ଆତ୍ମହତ୍ୟା କଲେ ପ୍ରେମିକ। ଦେବଗଡ଼ ପୌରାଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଦେବଗଡ଼ ପୌରାଞ୍ଚଳ ଦୋଳମଣ୍ଡପ ସାହିର ପ୍ରଦୀପ ନାଏକଙ୍କ ପୁଅ ସିଦ୍ଧାନ୍ତ ନାଏକ (୨୪) ଆଜି ପ୍ରଧାନପାଟ ସ୍ଥିତ ଶ୍ମସାନ ନିକଟରେ ଆତ୍ମହତ୍ୟା କରିଛନ୍ତି। ଏକ ରଶି ଯୋଗେ ବେକରେ ଫାଶୀ ଲଗାଇ ଗଛରେ ଝୁଲି ପଡିଥିଲେ। ସୂଚନା ଅନୁଯାୟୀ ସିଦ୍ଧାନ୍ତ ଦୀର୍ଘ ବର୍ଷ ହେଲା ଜଣେ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କରେ ଥିଲେ। କିନ୍ତୁ ତାଙ୍କ ପ୍ରେମିକା ରକ୍ତ ଶିକୁଳି (ସିକଲିନ) ରୋଗରେ ପୀଡିତ ଥିବା ବେଳେ ଗତକାଲି ଆକସ୍ମିକ ମୃତ୍ୟୁ ଘଟିଥିଲା।
Read More News
T & CPrivacy PolicyContact Us