This browser does not support the video element.
ଖଲ୍ଲିକୋଟ୍: ସାବୁଳିଆ ଗ୍ରାମରେ ପାନୀୟ ଜଳ ସଙ୍କଟ; ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାନୀୟ ମହିଳାଙ୍କ ବିକ୍ଷୋଭ ପ୍ରଦର୍ଶନ #jansamasya
Khalikote, Ganjam | Sep 10, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ସାବୁଳିଆ ପଞ୍ଚାୟତର ସାବୁଳିଆ ଗ୍ରାମରେ ପାନୀୟ ଜଳ ସଙ୍କଟ ଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ସ୍ଥାନୀୟ ପ୍ରଶାସନ କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ଆଜି ଅପରାହ୍ନ ୨ ଟା ସମୟରେ ସାବୁଳିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗରା ମାଠିଆ ରଖି ସାବୁଳିଆ ଗ୍ରାମର ମହିଳା ମାଆ ମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗ୍ରାମରେ ପିଇବା ପାଣି ସଙ୍କଟ ନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ କୁ ଅଭିଯୋଗ କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରି ନାହିଁ ।